Trust img
Select City
ଲାପାରୋସ୍କୋପି ସର୍ଜରୀ ବିଷୟରେ |

ଲାପାରୋସ୍କୋପି ସର୍ଜରୀ ବିଷୟରେ |

Dr. Niyaf N A
Dr. Niyaf N A

MBBS, MS, DNB (Obstetrics and Gynaecology), FRGUHS-FRM

4+ Years of experience

ଲାପାରୋସ୍କୋପି ସର୍ଜରୀ 

ଲାପାରୋସ୍କୋପି ସର୍ଜରୀର ଅର୍ଥ ?

ଲାପାରୋସ୍କୋପି ହେଉଛି ଏକ ପ୍ରକାର ଅସ୍ତ୍ରୋପଚାର ଯେଉଁଥିରେ ଶରୀରରେ ଆପଣଙ୍କ ଆଶାଠାରୁ ଖୁବ୍ କମ୍ ଆକାରର ଅଂଶ କାଟି ଅସ୍ତ୍ରୋପଚାର କରାଯାଏ । ଲାପାରୋସ୍କୋପ୍ ଉପକରଣ  ଅନୁଯାୟୀ ଏହି ପ୍ରକ୍ରିୟାର ନାମକରଣ ହୋଇଛି।  ଲାପାରୋସ୍କୋପ୍ ଏକ ଛୋଟ ପତଳା ଉପକରଣ  ଯେଉଁଥିରେ ଏକ ଛୋଟ ଭିଡିଓ କ୍ୟାମେରା ଏବଂ ଶେଷ ଭାଗରେ ଲାଇଟ୍ ଥାଏ ଯେତେବେଳେ ଜଣେ ସର୍ଜନ ଏହାକୁ ଏକ ଛୋଟ କଟା ଅଂଶ ମଧ୍ୟ ଦେଇ ଆପଣଙ୍କ ଶରୀରରେ ଭର୍ତ୍ତି କରନ୍ତି, ସେମାନେ ଏକ ଭିଡିଓ ମନିଟରରେ ଶରୀରର ଭିତର ଅଂଶରେ ଘଟୁଛି ଦେଖିପାରନ୍ତିସାଧାରଣ ଅସ୍ତ୍ରୋପଚାରରେ ସର୍ଜନଙ୍କୁ ଏକ ବଡ଼ ଅଂଶ କାଟିବାକୁ ପଡ଼ିଥାଏ। ବିଶେଷ ଯନ୍ତ୍ର ଯୋଗୁଁ ଅଳ୍ପ ଭାଗ ଅର୍ଥାତ୍ ସ୍ୱାଭାବିକ ଅସ୍ତ୍ରୋପଚାର ତୁଳନାରେ ଶରୀରର ଏକ ଚତୁର୍ଥାଂଶ କାଟି ଚିକିତ୍ସା କରାଯାଇ ପାରୁଛି।

ଡାକ୍ତରମାନେ ପ୍ରଥମେ ଏହାକୁ ଗଲ୍ ବ୍ଲାଡର ସର୍ଜରୀ ଏବଂ ସ୍ତ୍ରୀ ରୋଗ ଅସ୍ତ୍ରୋପଚାର ପାଇଁ ବ୍ୟବହାର କରିଥିଲେ। ତାପରେ ଏହା ଅନ୍ତନଳୀ, ଯକୃତ ଏବଂ ଅନ୍ୟାନ୍ୟ ଅଙ୍ଗର ଅସ୍ତ୍ରୋପଚାରରେ ବ୍ୟବହୃତ ହେଲା।  


କିଏ ଲାପାରୋସ୍କୋପିକ୍ ସର୍ଜନ୍ ଅଟନ୍ତି

ଶରୀରର କମ୍ ଅଂଶ କାଟି ଲାପାରୋସ୍କୋପିକ୍ ସର୍ଜରୀ କରୁଥିବା ଡାକ୍ତରଙ୍କୁ ଲାପାରୋସ୍କୋପିକ୍ ସର୍ଜନ୍ କୁହାଯାଏ।  

ଲାପାରୋସ୍କୋପି ସର୍ଜରୀ କାହିଁକି କରାଯାଏ?

ପେଟ କିମ୍ବା ପେଲଭିସ୍ ଭିତରେ ବିକଶିତ ହେଉଥିବା ବିଭିନ୍ନ ଅବସ୍ଥା ନିର୍ଣ୍ଣୟ କରିବାରେ ଲାପାରୋସ୍କୋପି ବ୍ୟବହାର କରାଯାଇପାରିବ ଏହା ଅସ୍ତ୍ରୋପଚାର ପଦ୍ଧତିକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ, ଯେପରିକି କ୍ଷତିଗ୍ରସ୍ତ କିମ୍ବା ରୋଗଗ୍ରସ୍ତ ଅଙ୍ଗକୁ ବାହାର କରିବା, କିମ୍ବା ପରବର୍ତ୍ତୀ ପରୀକ୍ଷଣ (ବାୟୋପ୍ସି) ପାଇଁ ଏକ ଟିସ୍ୟୁ ନମୁନା ବାହାର କରିବା

ଅନେକ ଅସୁସ୍ଥତା ଚିହ୍ନଟ କରିବା ଏବଂ କେତେକ ଲକ୍ଷଣର ଅନୁସନ୍ଧାନ ପାଇଁ ଲାପାରୋସ୍କୋପି ବର୍ତ୍ତମାନ ବହୁଳ ଭାବରେ ବ୍ୟବହୃତ ହେଉଛିଯଥା:  

  • ପେଲଭିକ୍ ଇନଫ୍ଲେମାଟୋରୀ ଡିଜିଜ୍ (ପିଆଇଡି) – ଏହି ରୋଗରେ ମହିଳା ଯୌନାଙ୍ଗର ଉପର ଅଂଶ, ଗର୍ଭାଶୟ, ଫାଲୋପିଆନ୍ ଟ୍ୟୁବ୍ ଏବଂ ଓଭାରିରେ ଜୀବାଣୁ ଜନିତ ସଂକ୍ରମଣ ହୋଇଥାଏ। 
  • ଏଣ୍ଡୋମେଟ୍ରିଓସିସ୍ଏହି ଅବସ୍ଥାରେ ଗର୍ଭାଶୟ ଲାଇନିଂର ଏଣ୍ଡୋମେଟ୍ରିଅମ୍ କୁହାଯାଉଥିବା ଛୋଟ ଛୋଟ ଖଣ୍ଡଗୁଡ଼ିକ  ଗର୍ଭାଶୟ ବାହାରେ ଦେଖିବାକୁ ମିଳେ।
  • ଏକ୍ଟୋପିକ୍ ପ୍ରେଗନାନ୍ସୀଏକ ଗର୍ଭଧାରଣ ଯାହା ଗର୍ଭ ବାହାରେ ବିକଶିତ ହୁଏ
  • ଓଭାରିଆନ୍ ସିଷ୍ଟ – ଏକ ତରଳ ପଦାର୍ଥରେ ଭର୍ତ୍ତି ହୋଇଥିବା ଥଳି ଯାହା ମହିଳାଙ୍କର ଓଭାରି ଉପରେ ବିକଶିତ ହୋଇଥାଏ।
  • ଫାଇବ୍ରଏଡ୍ସ – ଅଣ-କର୍କଟ ଟ୍ୟୁମର୍ ଗୁଡ଼ିକ ଯାହା ଗର୍ଭାଶୟ ଭିତରେ ଏବଂ ଏହାର ଚାରିପାଖରେ ବଢ଼ିଥାଏ। 
  • ମହିଳାମାନଙ୍କର ସନ୍ତାନ ପ୍ରସବଜନିତ ଅକ୍ଷମତା
  • ଅନଡିସେଣ୍ଡେଡ୍ ଟେଷ୍ଟିକିଲ୍ – ପିଲାବେଳର ସାଧାରଣ ଅବସ୍ଥା ଯେତେବେଳେ ଗୋଟିଏ ବାଳକ ଶିଶୁ ସ୍କ୍ରୋଟୁମ୍ ଭିତରେ ଗୋଟିଏ କିମ୍ୱା ଦୁଇଟିଯାକ ଟେଷ୍ଟିକିଲ୍ ନ ଥାଇ ଜନ୍ମ ହୋଇଥାଏ। 
  • ଆପେଣ୍ଡିସାଇଟିସ୍ – ଆପେଣ୍ଡିକ୍ସ(ବୃହଦନ୍ତ୍ର ସହିତ ସଂଯୁକ୍ତ ଏକ ଛୋଟ ଥଳୀ)ର ଏକ ଯନ୍ତ୍ରଣାଦାୟକ ଫୁଲା।
  • ପେଲଭିକ୍ କିମ୍ୱା ତଳିପେଟରେ ଅସହ୍ୟ ଯନ୍ତ୍ରଣା 

କେତେକ ପ୍ରକାରର କର୍କଟ ରୋଗ ଚିହ୍ନଟ କରିବା ପାଇଁ ମଧ୍ୟ ଲାପାରୋସ୍କୋପି ବ୍ୟବହାର କରାଯାଇପାରେସନ୍ଦେହଜନକ କର୍କଟ ରୋଗର ଏକ ନମୁନା ପାଇବା ପାଇଁ ଲାପାରୋସ୍କୋପ୍ ବ୍ୟବହୃତ ହୁଏ, ଯାହା ଦ୍ୱାରା ଏହାକୁ ପରୀକ୍ଷା ପାଇଁ ଏକ ଲାବୋରେଟୋରୀକୁ ପଠାଯାଇପାରିବଏହାକୁ ବାୟୋପ୍ସି କୁହାଯାଏ।  

ଯେଉଁ ସବୁ କ୍ୟାନସର୍ ରୋଗ ଲାପାରୋସ୍କୋପି ବ୍ୟବହାର କରି ଚିହ୍ନଟ କରାଯାଇପାରିବ,  ସେଗୁଡ଼ିକ ହେଲା:

  • ଲିଭର୍ କ୍ୟାନସର୍
  • ପାନକ୍ରିଆଟିକ୍ କ୍ୟାନସର୍
  • ଓଭାରିଆନ୍ କ୍ୟାନସର୍
  • ବାଇଲ୍ ଡକ୍ଟ କ୍ୟାନସର୍
  • ଗଲ୍ ବ୍ଲାଡର୍ କ୍ୟାନସର୍

ଲାପାରୋସ୍କୋପି ସର୍ଜରୀ ପୂର୍ବରୁ କ’ଣ ହୁଏ 

ପ୍ରସ୍ତୁତି କରାଯାଉଥିବା ଲାପାରୋସ୍କୋପିକ୍ ପଦ୍ଧତିର ପ୍ରକାର ଉପରେ ନିର୍ଭର କରି, ଆପଣଙ୍କୁ ସାଧାରଣତରୁ 12 ଘଣ୍ଟା ପୂର୍ବରୁ କିଛି ଖାଇବାକୁ କିମ୍ବା ପିଇବାକୁ ବାରଣ କରାଯିବ। ଯଦି ଆପଣ ରକ୍ତପତଳା ହେବା ପାଇଁ ଔଷଧ (ଆଣ୍ଟିକୋଏଗୁଲାଣ୍ଟ) ଗ୍ରହଣ କରୁଛନ୍ତି, ଯେପରିକି ଆସ୍ପିରିନ୍ କିମ୍ବା ୱାର୍ଫାରିନ୍, ଆପଣଙ୍କୁ କିଛି ଦିନ ପୂର୍ବରୁ ଏହାକୁ ବନ୍ଦ କରିବାକୁ କୁହାଯାଇପାରେ

ଲାପାରୋସ୍କୋପି ସର୍ଜରୀ ସମୟରେ କ’ଣ ହୁଏ 

ସାଧାରଣ ଆନାସ୍ଥେଟିକ୍ ଦିଆଯାଇ ଲାପାରୋସ୍କୋପି କରାଯାଏ, ଯାହା ଦ୍ୱାରା ପ୍ରକ୍ରିୟା ସମୟରେ ଆପଣ କୌଣସି ଯନ୍ତ୍ରଣା ଅନୁଭବ କରିବେ ନାହିଁ ଲାପାରୋସ୍କୋପି ସମୟରେ, ସର୍ଜନ ପେଟରେ ଗୋଟିଏ କିମ୍ବା ଏକାଧିକ ଛୋଟ ଅଂଶ କାଟନ୍ତି । ପ୍ରତ୍ୟେକ କଟା ଅଂଶର ଲମ୍ୱ ଅଧା ଇଞ୍ଚରୁ ଅଧିକ ହୋଇ ନ ଥାଏ। (ସେଥିପାଇଁ ବେଳେବେଳେ ଏହି ପ୍ରକାର ଅସ୍ତ୍ରୋପଟଚାରକୁ କୀହୋଲ୍ ସର୍ଜରୀ ମଧ୍ୟ କୁହାଯାଏ ।) ତାପରେ ସର୍ଜନ୍ ସେହି କଟା ଅଂଶ ମଧ୍ୟ ଦେଇ ଲାପାରୋସ୍କୋପ୍, ଛୋଟ ସର୍ଜିକାଲ୍ ଉପକରଣ ଏବଂ ପେଟରୁ ଗ୍ୟାସ୍ ପମ୍ପ କରିବା ପାଇଁ ବ୍ୟବହୃତ ଏକ ଟ୍ୟୁବ୍ ଭର୍ତ୍ତି କରନ୍ତି। ତାପରେ ସର୍ଜନ୍ ଅସ୍ତ୍ରୋପଚାର ଆରମ୍ଭ  କରନ୍ତି ।


ଲାପାରୋସ୍କୋପି ସର୍ଜରୀ ପରେ କ’ଣ ହୁଏ 

ଲାପାରୋସ୍କୋପି ପରେ, ଆପଣ ଆନାସ୍ଥେଟିକର ପ୍ରଭାବରୁ ସୁସ୍ଥ ହେବାପରେ ଆପଣଙ୍କୁ କ୍ଲାନ୍ତ ଏବଂ ବ୍ୟସ୍ତବିବ୍ରତ ଲାଗିପାରେ। କିଛି ଲୋକଙ୍କୁ ଅସୁସ୍ଥ କିମ୍ବା ବାନ୍ତି ଲାଗେ। ଏଗୁଡ଼ିକ ଆନାସ୍ଥେଟିକର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଶୀଘ୍ର ଭଲ ହୋଇଯିବା ଉଚିତ। 

ଲାପାରୋସ୍କୋପି ସର୍ଜରୀର ଉପକାରିତା 

ପାରମ୍ପରିକ ଅସ୍ତ୍ରୋପଚାର ତୁଳନାରେ ଏହି ଉପାୟରେ ଅସ୍ତ୍ରୋପଚାର କରିବା ସୁବିଧାଜନକ। କାରଣ ଏଥିରେ:

  • ଶରୀରର କମ୍ ଅଂଶ କାଟିବା ଦରକାର ପଡ଼େ:
  • ଆପଣଙ୍କର ଛୋଟ ଦାଗ ହୁଏ
  • ଆପଣ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି
  • ଦାଗ ଭଲ ହେବାବେଳେ ଆପଣ କମ୍ ଯନ୍ତ୍ରଣା ଅନୁଭବ କରନ୍ତି, ଏବଂ ଶୀଘ୍ର ସୁସ୍ଥ ହୁଅନ୍ତି
  • ଆପଣ ଆପଣଙ୍କର ସ୍ୱାଭାବିକ କାର୍ଯ୍ୟକଳାପ ଶୀଘ୍ର କରିପାରନ୍ତି
  • ଆପଣଙ୍କର କମ୍ ଆଭ୍ୟନ୍ତରୀଣ ଦାଗ ସୃଷ୍ଟି ହୁଏ

ଉଦାହରଣସ୍ୱରୂପ, ପାରମ୍ପରିକ ପଦ୍ଧତିରେ ଇଣ୍ଟେଷ୍ଟାଇନ୍ ସର୍ଜରୀ ପାଇଁ ଆପଣଙ୍କୁ ହସ୍ପିଟାଲରେ ଗୋଟିଏ ସପ୍ତାହ  କିମ୍ୱା ଅଧିକ ସମୟ ରହିବାକୁ ପଡ଼ିପାରେ । ସଂପୂର୍ଣ୍ଣ ଭାବରେ ସୁସ୍ଥ ହେବା ପାଇଁ ଆପଣଙ୍କୁ 4 ରୁ 8 ସପ୍ତାହ ଲାଗିପାରେ । କିନ୍ତୁ ଲାପାରୋସ୍କୋପି ସର୍ଜରୀରେ କେବଳ ଦୁଇ ରାତି ହସ୍ପିଟାଲରେ ରହିବାକୁ ପଡ଼ିଥାଏ ଏବଂ 2 ରୁ  ସପ୍ତାହ ମଧ୍ୟରେ ଆପଣ ପୂରାପୂରି ଭଲ ହୋଇପାରିବେ । ହସ୍ପିଟାଲରେ ଯେତେ କମ୍ ସମୟ ରହିବେ ଆପଣଙ୍କର ସେତେ କମ୍ ଖର୍ଚ୍ଚ ହେବ ।

ଲାପାରୋସ୍କୋପି ସର୍ଜରୀର ପାର୍ଶ୍ୱ ପ୍ରତିକ୍ରିୟା 

ଲାପାରୋସ୍କୋପି ସର୍ଜରୀର ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ହେଉଛି: 

  • ଅସ୍ତ୍ରୋପଚାର ପରେ ଅନେକ ଦିନ ପର୍ଯ୍ୟନ୍ତ ଆପଣଙ୍କ ପେଟ ଫୁଲି ଯାଇପାରେ 
  • ଆପଣଙ୍କର କିଛି ଦିନ ପାଇଁ ଗଳାରେ ଯନ୍ତ୍ରଣା ହୋଇପାରେ 
  • ସାମାନ୍ୟ ବାନ୍ତି ହୋଇପାରେ 
  • ଅସ୍ତ୍ରୋପଚାର ପରେ 24 ରୁ 72 ଘଣ୍ଟା ପର୍ଯ୍ୟନ୍ତ ପେଟରେ ଥିବା ଗ୍ୟାସ୍ ବେକ, କାନ୍ଧ ଏବଂ ଛାତିରେ ଅସ୍ୱାଭାବିକତା ସୃଷ୍ଟି କରିପାରେ

ତେବେ ଭାସ୍କୁଲାର କ୍ଷତ ଏବଂ ଅନ୍ତନଳୀରେ ଛିଦ୍ର ହେବା ଭଳି ଗୁରୁତର ଜଟିଳତା କ୍ଷେତ୍ରରେ ପରିସ୍ଥିତି ସାଂଘାତିକ ହୋଇପାରେ। 

Our Fertility Specialists

To know more

Birla Fertility & IVF aims at transforming the future of fertility globally, through outstanding clinical outcomes, research, innovation and compassionate care.

Need Help?

Talk to our fertility experts

Had an IVF Failure?

Talk to our fertility experts