ଇଣ୍ଟ୍ରାଟେରାଇନ୍ ପ୍ରଜନନ (IUI) ଚିକିତ୍ସା ବିଷୟରେ?
- Published on March 31, 2023

ଆଇୟୁଆଇ ଚିକିତ୍ସା
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ଚିକିତ୍ସା କ’ଣ?
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ହେଉଛି ଏକ ପ୍ରକାର କୃତ୍ରିମ ବୀର୍ଯ୍ୟବପନ । ଏହା ବନ୍ଧ୍ୟାକରଣର ଚିକିତ୍ସା ପାଇଁ ଏକ ପ୍ରଣାଳୀ । ଶୁକ୍ରାଣୁ ବା ସ୍ପର୍ମଗୁଡ଼ିକୁ ସଫା କରାଯାଇ କନସେଣ୍ଟ୍ରେଟ୍ କରି ରଖାଯାଇଥାଏ । ଆପଣଙ୍କର ଓଭାରୀ ଏକ କିମ୍ବା ଅଧିକ ଅଣ୍ଡା ଫର୍ଟିଲାଇଜ୍ କରିବା ପାଇଁ ତିଆରି କରିବାବେଳକୁ ଆଇୟୁଆଇ ମାଧ୍ୟମରେ ଏଗୁଡ଼ିକୁ ଆପଣଙ୍କ ଗର୍ଭାଶୟରେ ସିଧାସଳଖ ଛାଡ଼ି ଦିଆଯାଏ।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ପ୍ରକ୍ରିୟା
ଯଦି ଡୋନର୍ ସ୍ପର୍ମ ଶୀତଳଭଣ୍ଡାରରେ ରଖାଯାଇଥାଏ, ସେଠାରୁ ବାହାର କରି ପ୍ରଥମେ ତାକୁ ସାଧାରଣ ତାପମାତ୍ରାକୁ ଅଣାଯାଏ। ତା’ପରେ ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ ପ୍ରକ୍ରିୟା ଆରମ୍ଭ ହୁଏ। ଏଥିରେ ନିମ୍ନୋକ୍ତ ସୋପାନଗୁଡ଼ିକ ଅନ୍ତର୍ଭୁକ୍ତ:
- ଏକ ଲମ୍ବା, ପତଳା, ନମନୀୟ ନଳୀ (କ୍ୟାଥେଟର୍) ର ଶେଷରେ ସୁସ୍ଥ ସ୍ପର୍ମର ନମୁନା ଥିବା ଏକ ପାତ୍ରକୁ ସଂଲଗ୍ନ କରାଯାଇଥାଏ।
- ମହିଳା ଯୌନାଙ୍ଗରେ କ୍ୟାଥେଟର୍ ଭର୍ତ୍ତି କରାଯାଏ ଏବଂ ସର୍ଭାଇକାଲ୍ ଓପନିଂ ମଧ୍ୟ ଦେଇ ଗର୍ଭାଶୟରେ ସ୍ପର୍ମ ରଖାଯାଏ।
- ସ୍ପର୍ମ ନମୁନାକୁ ନଳୀ ମାଧ୍ୟମରେ ଗର୍ଭାଶୟକୁ ଠେଲିଦିଆଯାଏ।
- କ୍ୟାଥେଟର୍ ବାହାର କରିଦିଆଯାଏ ଏବଂ ତାପରେ ସ୍ପେକ୍ୟୁଲୁମ୍ ସାହାଯ୍ୟରେ ଡାକ୍ତର ସ୍ପର୍ମର ଗତିବିଧି ଦେଖନ୍ତି।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ଚିକିତ୍ସା ପରେ ଗର୍ଭଧାରଣ ପରୀକ୍ଷା
ଆଇୟୁଆଇ ସରିବା ପରେ କିଛି ଲକ୍ଷଣର ବିକାଶ ହୋଇଥାଏ। ଯଦି ଫଳାଫଳ ପଜିଟିଭ୍ ହୁଏ, ତେବେ ପ୍ରକୃତ ଗର୍ଭଧାରଣ ଲକ୍ଷଣ ଦୁଇ ସପ୍ତାହ ପରେ ଦେଖାଯିବା ଆରମ୍ଭ ହୋଇପାରେ। ତେଣୁ, ଆଇୟୁଆଇ ପଦ୍ଧତିର 14 ଦିନ ପରେ ଗର୍ଭଧାରଣ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଏ।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ର ଲାଭଗୁଡ଼ିକ
ଆଇୟୁଆଇର ଲାଭଗୁଡ଼ିକ ହେଉଛି:
- ଏଥିରେ ଶରୀରରେ କୌଣସି ଅଂଶ କାଟିବା ଦରକାର ପଡ଼େ ନାହିଁ।
- ଆଇଭିଏଫ୍, ଆଇସିଏସ୍ଆଇ ତୁଳନାରେ ଏଥିରେ କମ୍ ଖର୍ଚ୍ଚ ହୁଏ।
- ଶରୀର ଉପରେ କମ୍ ଚାପ ପଡ଼ିଥାଏ।
- ଏହି ପ୍ରକ୍ରିୟା ପାଇଁ ମାତ୍ର ଅଳ୍ପ କିଛି ମିନିଟ୍ ସମୟ ଲାଗେ ଏବଂ ଖୁବ୍ କମ୍ ମାତ୍ରାରେ ଅସହଜବୋଧ ହୁଏ।
- ସଫା କରିବା ପ୍ରଣାଳୀ ସ୍ପର୍ମର ଗୁଣବତ୍ତାକୁ ବଢ଼ାଇଥାଏ– ଏହି ପ୍ରକ୍ରିୟା ପ୍ରୋଷ୍ଟାଗ୍ଲାଣ୍ଡିନ୍, ସଂକ୍ରାମକ ଏଜେଣ୍ଟ, ଆଣ୍ଟିଜେନିକ୍ ପ୍ରୋଟିନ୍, ଗତି କରୁ ନ ଥିବା ସ୍ପର୍ମ, ଅପରିପକ୍ୱ ଜୀବାଣୁ କୋଷ ଇତ୍ୟାଦି ବାହାର କରିଦିଏ।
କାହାର ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ଦରକାର ହୋଇଥାଏ
- ଯେଉଁ ଦମ୍ପତିମାନଙ୍କ ପାଖରେ ଡୋନର୍ ସ୍ପର୍ମ ଥାଏ, ସେମାନଙ୍କ ପାଇଁ ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ ପଦ୍ଧତି ବ୍ୟବହୃତ କରାଯାଏ।
- ଯେଉଁ ମହିଳାମାନେ ଗର୍ଭବତୀ ହେବା ପାଇଁ ଡୋନର୍ ସ୍ପର୍ମ ଦରକାର କରନ୍ତି, ତାଙ୍କର ଗର୍ଭଧାରଣ ପାଇଁ ଆଇୟୁଆଇ ପଦ୍ଧତି ଅବଲମ୍ବନ କରାଯାଏ।
- ଯେଉଁ ମହିଳାମାନେ କୌଣସି ସ୍ପଷ୍ଟ କାରଣ ନ ଥାଇ ଗର୍ଭଧାରଣ କରି ପାରନ୍ତି ନାହିଁ।
- ଏଣ୍ଡୋମେଟ୍ରିଓସିସ୍ ସମ୍ବନ୍ଧୀୟ ବନ୍ଧ୍ୟାତ୍ୱ ଥିଲେ ଗୁଣାତ୍ମକ ମାନର ଅଣ୍ଡା ତିଆରି ପାଇଁ ଔଷଧ ସେବନ ସହିତ ଆଇୟୁଆଇ କରିବାକୁ ପ୍ରାଥମିକତା ଦିଆଯାଏ।
- ଯଦି ପୁରୁଷ ସାଥୀଙ୍କର ସ୍ପର୍ମ କନସେଣ୍ଟ୍ରେସନ୍, ସ୍ପର୍ମ ଗତିଶୀଳତା କମ୍ ଥାଏ ଏବଂ ସ୍ପର୍ମର ଆକାର ଆକୃତିରେ ସମସ୍ୟା ଥାଏ ତେବେ ସେହି ନିମ୍ନ ମାନର ସ୍ପର୍ମର ଗୁଣାତ୍ମକ ମାନ ବଢ଼ାଇ ଆଇୟୁଆଇ ଦ୍ୱାରା ମହିଳାଙ୍କ ଶରୀରରେ ସ୍ପର୍ମକୁ ଛଡ଼ାଯାଏ।
- ଗର୍ଭାଶୟର ନିମ୍ନ ଭାଗରେ ସର୍ଭିକ୍ସ ଯୌନାଙ୍ଗ ଏବଂ ଗର୍ଭାଶୟ ମଧ୍ୟରେ ସ୍ପର୍ମକୁ ଯିବା ପାଇଁ ବାଟ ଦେଇଥାଏ । କିନ୍ତୁ ଯଦି ଆପଣଙ୍କର ସର୍ଭାଇକାଲ୍ ମ୍ୟୁକସ୍ ଅଧିକ ଗାଢ଼ ହୋଇଯାଏ, ସ୍ପର୍ମ ସହଜରେ ଗର୍ଭାଶୟ ମଧ୍ୟକୁ ଯାଇ ପାରେ ନାହିଁ । ସର୍ଭିକ୍ସ ମଧ୍ୟ ବେଳେବେଳେ ବାୟୋପ୍ସି କିମ୍ୱା ଅନ୍ୟ ଚିକିତ୍ସା କାରଣରୁ ମୋଟା ହୋଇଯାଏ । ତେଣୁ ସ୍ପର୍ମ ଅଣ୍ଡା ପାଖରେ ପହଞ୍ଚିବାରେ ସମସ୍ୟା ହୁଏ । କିନ୍ତୁ ଆଇୟୁଆଇରେ, ସ୍ପର୍ମ ସର୍ଭିକ୍ସକୁ ପାର ହୋଇ ସିଧାସଳଖ ତାକୁ ଅପେକ୍ଷା କରିଥିବା ଅଣ୍ଡା ପାଖରେ ପହଞ୍ଚିପାରେ ।
- ଯେଉଁ ମହିଳାମାନଙ୍କର ଓଭାରିରେ ଅଣ୍ଡା ତିଆରି ହେବାର ସମସ୍ୟା ଥାଏ, ସେମାନଙ୍କ ପାଇଁ ମଧ୍ୟ ଆଇୟୁଆଇ ଲାଭଦାୟକ ହୋଇଥାଏ ।
- ପୁରୁଷ ବୀର୍ଯ୍ୟରେ ଥିବା ପ୍ରୋଟିନ୍ ଯୋଗୁଁ ମହିଳା ଯୌନାଙ୍ଗରେ ଆଲର୍ଜି ହୋଇଥାଏ । ତେଣୁ ସ୍ପର୍ମ ସଫା କରିବା ସମୟରେ ସେସବୁ ପ୍ରୋଟିନ୍ ବାହାର କରି ଆଇୟୁଆଇ ପଦ୍ଧତିରେ ବୀର୍ଯ୍ୟବପନ କରାଯାଇଥାଏ।
କିଏ ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) କରିବା ଉଚିତ ନୁହେଁ
ଆପଣ ଆଇୟୁଆଇ ପାଇଁ ଆଦର୍ଶ ପ୍ରାର୍ଥୀ ନୁହଁନ୍ତି ଯଦି:
- ଆପଣଙ୍କର ଗୋଟିଏ କିମ୍ୱା ଦୁଇଟିଯାକ ଫାଲୋପିଆନ୍ ଟ୍ୟୁବ୍ ବ୍ଲକ୍ ହୋଇଯାଇଛି ।
- ଆପଣଙ୍କର ରଜଃ ନିବୃତି ହୋଇସାରିଛି କିମ୍ୱା ଓଭାରିରେ କମ୍ ଅଣ୍ଡା ତିଆରି ହେଉଛି । ଏହା ଅଧିକ ବୟସର ମହିଳାଙ୍କ କ୍ଷେତ୍ରରେ ସ୍ୱାଭାବିକ ।
- ପୁରୁଷଙ୍କର ବନ୍ଧ୍ୟାତ୍ୱ ଗୁରୁତର ଥାଏ ତେବେ ଆଇୟୁଆଇ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ ନାହିଁ ।
- ମହିଳାଙ୍କ ପ୍ରଜନନ ନଳୀରେ ଆଣ୍ଟିବଡି କ୍ଷରଣ ହେଉଛି ଏବଂ ଏହା ସ୍ପର୍ମକୁ ଗର୍ଭାଶୟ ଭିତରକୁ ଯିବାରେ ଏବଂ ଫର୍ଟିଲାଇଜେସନ୍ ପରବର୍ତ୍ତୀ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି କରୁଛି।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ)ର ପାର୍ଶ୍ୱ ପ୍ରତିକ୍ରିୟା
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ସହ ଜଡ଼ିତ ବିପଦଗୁଡ଼ିକ ହେଉଛି:
- ପିଲାଠାରେ ଜନ୍ମଦୋଷ ରହିପାରେ । ସ୍ପର୍ମ 100% ବିଶୁଦ୍ଧିକରଣ କରିବା ସମ୍ଭବ ନ ଥିବାରୁ ସଂକ୍ରମଣର ବିପଦ ଥାଏ ।
- କ୍ୟାଥେଟର୍ ଗର୍ଭାଶୟରେ ରଖିବା ପ୍ରକ୍ରିୟା ସମୟରେ ଯୌନାଙ୍ଗରୁ ସାମାନ୍ୟ ରକ୍ତସ୍ରାବ ହୋଇଥାଏ ।
- ଆଇୟୁଆଇ କରିବା ଦ୍ୱାରା ଏକାଧିକ ଗର୍ଭଧାରଣର ସମ୍ଭାବନା ଥାଏ । ଯାଆଁଳା ପିଲା କିମ୍ୱା ଏକା ଥରେ ତିନୋଟି କିମ୍ୱା ଅଧିକ ପିଲା ଜନ୍ମ ହୋଇପାରନ୍ତି । ପରିଣାମସ୍ୱରୂପ ପିଲାମାନଙ୍କର ଜନ୍ମ ସମୟରେ ଓଜନ କମ୍ ହୋଇପାରେ ଏବଂ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ପ୍ରସବ ମଧ୍ୟ ହୋଇପାରେ ।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ପୂର୍ବରୁ କରାଯାଉଥିବା ପରୀକ୍ଷାଗୁଡ଼ିକ
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) କରିବା ପୂର୍ବରୁ ଏଚ୍ଏସଜି ଟେଷ୍ଟ କରାଯାଏ । ଏହା ଦ୍ୱାରା ଫାଲୋପିଆନ୍ ଟ୍ୟୁବ୍ ଏବଂ ଗର୍ଭାଶୟର ସ୍ଥିତି ସ୍ପଷ୍ଟ ଭାବରେ ଜଣାପଡ଼ିଥାଏ । ଅନ୍ୟ କେତେକ ପରୀକ୍ଷା କରାଯାଇଥାଏ । ଯଥା: ଏଚଆଇଭି, ଏଚଟିଏଲଭି ଆଇ, ଆରପିଆର, ହେପାଟାଇଟିସ୍ ବି ସରଫେସ୍ ଆଣ୍ଟିଜେନ୍, ଏବଂ ହେପାଟାଇଟିସ୍ ସି ଆଣ୍ଟିବଡି ।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ପରେ ଧ୍ୟାନରେ ରଖିବାକୁ ଥିବା ଜିନିଷଗୁଡ଼ିକ
ଆଇୟୁଆଇ ପରେ କ’ଣ କରିବେ ଏବଂ କ’ଣ କରିବେ ନାହିଁ
- ଅଧିକ ପରିମାଣରେ ଫଳ, ବାଦାମ, ଶାଗ ପନିପରିବା ଖାଆନ୍ତୁ
- ତାଜା ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଆନ୍ତୁ
- ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତୁ ନାହିଁ
- ଅଧିକ ମର୍କ୍ୟୁରୀ ଥିବା ମାଛ ଖାଆନ୍ତୁ ନାହିଁ
- ପ୍ରତିଦିନ 6 ଥର ଅଳ୍ପ ଅଳ୍ପ ପରିମାଣର ଖାଦ୍ୟ ଖାଆନ୍ତୁ
- କିନୋଆ, ବ୍ରାଉନ ରାଇସ୍ ଏବଂ ଅନ୍ୟ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ପରେ ଡାକ୍ତରଙ୍କୁ କେବେ ଭେଟିବା ଉଚିତ
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ) ଚିକିତ୍ସା କରିବାର 14 ଦିନ ପରେ ଏଚସିଜି ପରୀକ୍ଷା କରିବା ପାଇଁ ସାଧାରଣତଃ ଡାକ୍ତରମାନେ କହିଥାନ୍ତି । ଘରେ ପ୍ରେଗନାନ୍ସୀ କିଟରେ ପରୀକ୍ଷା କରିବା ଅପେକ୍ଷା ଆପଣ ରକ୍ତ ପରୀକ୍ଷା କରିବା ଉଚିତ କାରଣ ତାହା ଅଧିକ ସଠିକ୍ ପରିଣାମ ଦର୍ଶାଇଥାଏ । ଯଦି ଆପଣ ତିନି ସପ୍ତାହ ଧରି ଲଗାତାର ନେଗେଟିଭ୍ ରେଜଲ୍ଟ ପାଉଛନ୍ତି ତେବେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।
ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ)ର ସଫଳତା ହାର
ସୁସ୍ଥ ଅଣ୍ଡା ଏବଂ ଦୁଇଟି ଫାଲୋପିଆନ୍ ଟ୍ୟୁବ୍ ଥିଲେ ଇଣ୍ଟ୍ରାୟୁଟେରାଇନ୍ ଇନସେମିନେସନ୍ (ଆଇୟୁଆଇ)ର ସଫଳତା ହାର 7% ରୁ 10 % ଥାଏ । ଯଦି ପ୍ରଜନନ କ୍ଷମତା ବୃଦ୍ଧି ପାଇଁ ଔଷଧ କରୁଥାନ୍ତି ଏହି ହାର 15-25% ବଢ଼ିପାରେ ।
Related Posts
- IUI Success Rate: What Are The Chances Of Conception through IUI Treatment?
- আইইউআই- সন্তানলাভের সহজ ও প্রাথমিক ধাপ (IUI meaning in Bengali)
- जानिये पहली कोशिश में आईयूआई की सफलता दर कितनी है
- आईयूआई क्या है – प्रक्रिया, फायदे, नुकसान और खर्च (IUI Treatment in Hindi)
- Foods to Help Implantation After IUI
Written by:
Our Services
Fertility Treatments
Problems with fertility are both emotionally and medically challenging. At Birla Fertility & IVF, we focus on providing you with supportive, personalized care at every step of your journey towards becoming a parent.Male Infertility
Male factor infertility accounts for almost 40%-50% of all infertility cases. Decreased sperm function can be the result of genetic, lifestyle, medical or environmental factors. Fortunately, most causes of male factor infertility can be easily diagnosed and treated.We offer a comprehensive range of sperm retrieval procedures and treatments for couples with male factor infertility or sexual dysfunction.