ପୁରୁଷ ବନ୍ଧ୍ୟାକରଣ ବିଷୟରେ |
- Published on March 31, 2023

ପୁରୁଷ ବନ୍ଧ୍ୟାତ୍ୱ
ପୁରୁଷ ବନ୍ଧ୍ୟାତ୍ୱ କ’ଣ?
ଜଣେ ପୁରୁଷଙ୍କୁ ବନ୍ଧ୍ୟା ସେତେବେଳେ କୁହାଯାଏ, ଯେତେବେଳେ ସେ ତାଙ୍କର ମହିଳା ସାଥୀଙ୍କୁ ଗର୍ଭବତୀ କରାଇବାରେ ଅକ୍ଷମ ହୋଇଥାନ୍ତି। ଏହା ସାଧାରଣତଃ ତାଙ୍କର ଶୁକ୍ରାଣୁ ବା ସ୍ପର୍ମ ସେଲ୍ ଗୁଡ଼ିକର ଗୁଣବତ୍ତା ଉପରେ ନିର୍ଭର କରେ। ବେଳେବେଳେ ବନ୍ଧ୍ୟାତ୍ୱ ଯୌନ କାର୍ଯ୍ୟକଳାପ ସହିତ ଜଡ଼ିତ ହୋଇଥାଏ ଏବଂ ଅନ୍ୟ ସମୟରେ ଏହାର ବୀର୍ଯ୍ୟର ଗୁଣବତ୍ତା ସହିତ ସମ୍ବନ୍ଧ ରହିଛି ବୋଲି କୁହାଯାଇପାରେ। ଏଠାରେ ପ୍ରତ୍ୟେକଟିର କିଛି ଉଦାହରଣ ଦିଆଯାଇଛି:
- ଲିବିଡୋ: ଲିବିଡୋକୁ ଯୌନ ଲାଳସା ବା ସେକ୍ସ ଡ୍ରାଇଭ୍ କୁହାଯାଏ। ଲିବିଡୋ ଜଣେ ବ୍ୟକ୍ତିଙ୍କର ଯୌନ ସମ୍ପର୍କର ଇଚ୍ଛାକୁ ବର୍ଣ୍ଣନା କରେ। ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଯାହା ଲିବିଡୋ ବୃଦ୍ଧି କରିବାର ଦାବି କରନ୍ତି ସେଗୁଡ଼ିକୁ ଆଫ୍ରୋଡିସିଆକ୍ କୁହାଯାଏ।
- ଇରେକ୍ଟାଇଲ୍ ଡିସଫଙ୍କସନ୍: ଇରେକ୍ଟାଇଲ୍ ଡିସଫଙ୍କସନ୍ ହେଉଛି ଯେତେବେଳେ ଜଣେ ବ୍ୟକ୍ତିଙ୍କର ଯୌନକ୍ରିୟା ସମୟରେ ଅଧିକ ସମୟ ଯୌନାଙ୍ଗ ସିଧା ରଖିବାର ଶକ୍ତି ନ ଥାଏ।
- ସ୍ପର୍ମ କାଉଣ୍ଟ: ବୀର୍ଯ୍ୟ ଗୁଣବତ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏକ ନିର୍ଦ୍ଦିଷ୍ଟ ପରିମାଣର ବୀର୍ଯ୍ୟରେ କେତେ ସଂଖ୍ୟକ ସ୍ପର୍ମ ଥାଏ।
- ସ୍ପର୍ମ ମୋଟିଲିଟି: ସୁସ୍ଥ ସ୍ପର୍ମ ସେଲ୍ ଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସେମାନଙ୍କର ଗତି କରିବାର ଦକ୍ଷତା। ସିମେନ୍ ନମୁନାରେ କେତେ ସ୍ପର୍ମ ଗତି କରୁଛନ୍ତି ତାର ପ୍ରତିଶତ ଅନୁଯାୟୀ ସ୍ପର୍ମ ମୋଟିଲିଟି ମାପ କରାଯାଏ।
- ଟେଷ୍ଟୋଷ୍ଟେରୋନ୍ ସ୍ତର: ଟେଷ୍ଟୋଷ୍ଟେରୋନ୍ ର କମ୍ ସ୍ତର, ପୁରୁଷ ଯୌନ ହରମୋନ୍, କେତେକ ପୁରୁଷଙ୍କଠାରେ ବନ୍ଧ୍ୟାତ୍ୱର କାରଣ ହୋଇଥାଏ।
ପୁରୁଷ ବନ୍ଧ୍ୟାତ୍ୱର କାରଣ
ପୁରୁଷ ବନ୍ଧ୍ୟାତ୍ୱ ଏକ ଜଟିଳ ପ୍ରକ୍ରିୟା । ଆପଣଙ୍କ ମହିଳା ସାଥୀଙ୍କୁ ଗର୍ଭବତୀ କରାଇବା ପାଇଁ ଆପଣଙ୍କୁ ନିମ୍ନୋକ୍ତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ।
- ସୁସ୍ଥ ସ୍ପର୍ମ ଉତ୍ପାଦନ କରିବା ଉଚିତ।
- ସ୍ପର୍ମ ବୀର୍ଯ୍ୟ ଭିତରକୁ ଯିବା ଉଚିତ।
- ବୀର୍ଯ୍ୟରେ ଯଥେଷ୍ଟ ସଂଖ୍ୟକ ସ୍ପର୍ମ ଥିବା ଉଚିତ ଏବଂ
- ସାଥୀଙ୍କର ଅଣ୍ଡା ଭିତରକୁ ଯିବା ପାଇଁ ସ୍ପର୍ମ ସକ୍ଷମ ହେବା ଉଚିତ।
ଉପରୋକ୍ତଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ସମ୍ଭବ ନ ହେଲେ ଏହା ପୁରୁଷ ବନ୍ଧ୍ୟାତ୍ୱର କାରଣ ହୋଇଥାଏ ।
ଡାକ୍ତରୀ କାରଣ
କେତେକ ଅସୁସ୍ଥତା ଏବଂ ଚିକିତ୍ସା ଯୋଗୁଁ ମଧ୍ୟ ପୁରୁଷ ବନ୍ଧ୍ୟାତ୍ୱ ଦେଖାଯାଏ । ଯଥା:
-
- ଭାରିକୋସିଲ୍: ଟେଷ୍ଟିକିଲ୍ ନିଷ୍କାସନ କରୁଥିବା ଶିରାରେ ଫୁଲାକୁ ଭାରିକୋସିଲ୍ କୁହାଯାଏ । ଏହା ଦ୍ୱାରା ସ୍ପର୍ମର ଗୁଣବତ୍ତା ଏବଂ ପରିମାଣ ହ୍ରାସ ପାଇଥାଏ।
- ସଂକ୍ରମଣ: କେତେକ ସଂକ୍ରମଣ ଯୋଗୁଁ ସ୍ପର୍ମ ଉତ୍ପାଦନ ପ୍ରଭାବିତ ହୋଇଥାଏ । ଏପିଡାଇମିସ୍ କିମ୍ବା ଟେଷ୍ଟିକିଲ୍ ର ପ୍ରଦାହ ଏବଂ ଗୋନୋରିଆ କିମ୍ୱା ଏଚ୍ଆଇଭିକୁ ମିଶାଇ କେତେକ ଯୌନକ୍ରିୟା ସମୟରେ ସଂଚରିତ ସଂକ୍ରମଣ ଏଥିରେ ଅନ୍ତର୍ଭୁକ୍ତ। ଯଦିଓ କେତେକ ସଂକ୍ରମଣ ଯୋଗୁଁ ସ୍ଥାୟୀ ଭାବରେ ଟେଷ୍ଟିକିଲ୍ ନଷ୍ଟ ହୋଇଥାଏ, ତେବେ ଅନେକ ସମୟରେ ସ୍ପର୍ମ ପୁଣିଥରେ ଉତ୍ପାଦନ ହେବା ଆରମ୍ଭ ହୋଇପାରେ।
- ବୀର୍ଯ୍ୟସ୍ଖଳନ ସମସ୍ୟା: ବୀର୍ଯ୍ୟ ବ୍ଲାଡର୍ ଭିତରେ ପଶିବା ସମୟରେ ଯୌନାଙ୍ଗର ଅଗ୍ରଭାଗରୁ ବାହାରିବା ବଦଳରେ ପଛପଟେ ବାହାରିଥାଏ । ଡାଇବେଟିସ୍, ମେରୁଦଣ୍ଡରେ କ୍ଷତ, କେତେକ ଔଷଧ ସେବନ, ବ୍ଲାଡର, ପ୍ରୋଷ୍ଟେଟ୍ କିମ୍ୱା ୟୁରେଥ୍ରାର ଅସ୍ତ୍ରୋପଚାର ଯୋଗୁଁ ଏଭଳି ହେବାର ସମ୍ଭାବନା ଥାଏ।
ଅନ୍ୟା କେତେକ କାରଣ ହେଉଛି:
- ଆଣ୍ଟିବଡିଗୁଡ଼ିକର ସ୍ପର୍ମ ଉପରେ ଆକ୍ରମଣ
- ଟ୍ୟୁମର୍
- ହରମୋନ୍ ଅସନ୍ତୁଳନ
- କ୍ରୋମୋଜୋମରେ ତ୍ରୁଟି
- ଯୌନ କ୍ରିୟାଜନିତ ସମସ୍ୟା
- ବିକିରଣ ସଂସ୍ପର୍ଶରେ ଆସିବା
- ବିଷାକ୍ତ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା
- ଟେଷ୍ଟିକିଲ୍ ଉଚ୍ଚ ତାପମାତ୍ରା ସଂସ୍ପର୍ଶରେ ଆସିବା
- ନିଶାସେବନ, ଧୂମପାନ, ମୋଟାପଣ ଭଳି କେତେକ ଜୀବନଶୈଳୀଗତ କାରଣ ମଧ୍ୟ ରହିଛି।
ପୁରୁଷ ବନ୍ଧ୍ୟାତ୍ୱର ଲକ୍ଷଣ:
ପୁରୁଷ ବନ୍ଧ୍ୟାତ୍ୱର ମୁଖ୍ୟ ଲକ୍ଷଣ ହେଉଛି ମହିଳା ସାଥୀଙ୍କୁ ଗର୍ଭବତୀ ନ କରାଇ ପାରିବା।
ଅନ୍ୟ କେତେକ ଲକ୍ଷଣଗୁଡ଼ିକ ହେଉଛି:
- ଯୌନ କ୍ରିୟାରେ ସମସ୍ୟା
- ଟେଷ୍ଟିକିଲ୍ ଅଂଶରେ ଯନ୍ତ୍ରଣା, ଫୁଲା କିମ୍ୱା ଗେଟି ହେବା
- ବାରମ୍ୱାର ଶ୍ୱାସକ୍ରିୟାଜନିତ ସଂକ୍ରମଣ
- ଗନ୍ଧ ବାରିବାରେ ଅକ୍ଷମତା
- ଅସ୍ୱାଭାବିକ ସ୍ତନ ବୃଦ୍ଧି
- ମୁହଁ ଏବଂ ଶରୀରରେ କେଶ ହ୍ରାସ ଏବଂ କ୍ରୋମୋଜୋମ୍ ଏବଂ ହରମୋନ୍ ଜନିତ ଅସ୍ୱାଭାବିକତାର ଅନ୍ୟାନ୍ୟ ସଂକେତ
- ସ୍ୱାଭାବିକଠାରୁ କମ୍ ସଂଖ୍ୟକ ସ୍ପର୍ମ
ପୁରୁଷ ବନ୍ଧ୍ୟାତ୍ୱ ଚିହ୍ନଟକରଣ
ପୁରୁଷ ବନ୍ଧ୍ୟାତ୍ୱ ସମସ୍ୟା ଚିହ୍ନଟ କରିବା ପାଇଁ ସାଧାରଣତଃ ନିମ୍ନୋକ୍ତ ପରୀକ୍ଷାଗୁଡ଼ିକ କରାଯାଏ:
- ସାଧାରଣ ଶାରୀରିକ ପରୀକ୍ଷା ଏବଂ ଚିକିତ୍ସା ଇତିହାସ ଯାଂଚ କରାଯାଏ। ଏଥିରେ ଆପଣଙ୍କର ଯୌନାଙ୍ଗ ପରୀକ୍ଷା କରିବା ଏବଂ କୌଣସି ବଂଶଗତ ଅସୁସ୍ଥତା, ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ରୋଗ, ଆଘାତ କିମ୍ବା ଅସ୍ତ୍ରୋପଚାର ବିଷୟରେ ପ୍ରଶ୍ନ ପଚାରିବା ଅନ୍ତର୍ଭୂକ୍ତ। ଆପଣଙ୍କ ଡାକ୍ତର ଆପଣଙ୍କର ଯୌନ ଅଭ୍ୟାସ ଏବଂ ଯୌବନାବସ୍ଥାରେ ଆପଣଙ୍କର ଯୌନ ବିକାଶ ବିଷୟରେ ମଧ୍ୟ ପଚାରି ପାରନ୍ତି।
- ଆପଣଙ୍କ ସିମେନ୍ ସଂଗ୍ରହ କରାଯାଇ ଲାବୋରେଟୋରୀରେ ଯାଂଚ କରାଯାଏ । ସିମେନରେ ସ୍ପର୍ମ କାଉଣ୍ଟ, ଆକାରରେ ଅସ୍ୱାଭାବିକତା, ସ୍ପର୍ମର ଗତିଶୀଳତା ଇତ୍ୟାଦି ଯାଂଚ କରିବା ସହିତ ସଂକ୍ରମଣର ଲକ୍ଷଣ ଅଛି କି ନାହିଁ ପରୀକ୍ଷା କରାଯାଏ।
ପୁରୁଷ ବନ୍ଧ୍ୟାତ୍ୱର ଚିକିତ୍ସା
ଅନେକ ସମୟରେ ବନ୍ଧ୍ୟାତ୍ୱର ପ୍ରକୃତ କାରଣ ଜଣାପଡ଼େ ନାହିଁ । ତେଣୁ ଆପଣଙ୍କ ସାଥୀଙ୍କର ଯାଂଚ ମଧ୍ୟ ସୁପାରିଶ କରାଯାଏ। ତେବେ, କାରଣ ସ୍ପଷ୍ଟ ନ ଥିଲେ ମଧ୍ୟ ଡାକ୍ତର କିଛି ଚିକିତ୍ସା କିମ୍ୱା ପ୍ରକ୍ରିୟାର ପରାମର୍ସ ଦେଇଥାନ୍ତି ଯାହା ଗର୍ଭଧାରଣରେ ସହାୟକ ହୋଇଥାଏ।
ପୁରୁଷ ବନ୍ଧ୍ୟାତ୍ୱର ଚିକିତ୍ସା ବିକଳ୍ପଗୁଡ଼ିକ ହେଉଛି:
- ଅସ୍ତ୍ରୋପଚାର: ଅନେକ ସମୟରେ ଭାରିକୋସିଲ୍ ଅସ୍ତ୍ରୋପଚାର ଦ୍ୱାରା ଠିକ୍ କରାଯାଏ ।
- ସଂକ୍ରମଣର ଚିକିତ୍ସା: ପ୍ରଜନନ ନଳୀର ସଂକ୍ରମଣ ଆଣ୍ଟିବାୟୋଟିକ୍ ଚିକିତ୍ସାରେ ଭଲ ହୋଇଥାଏ ।
- ଯୌନକ୍ରିୟାଜନିତ ସମସ୍ୟାର ଚିକିତ୍ସା: ଔଷଧ ସେବନ ଏବଂ କାଉନସେଲିଂ ଦ୍ୱାରା ଇରେକ୍ଟାଇଲ୍ ଡିସଫଙ୍କସନ୍ କିମ୍ୱା ଶୀଘ୍ର ବୀର୍ଯ୍ୟସ୍ଖଳନ ସମସ୍ୟାର ସମାଧାନ କରାଯାଇପାରେ ।
- ହରମୋନ୍ ଚିକିତ୍ସା: ହରମୋନ୍ ଜନିତ ସମସ୍ୟା ପାଇଁ ଡାକ୍ତର ହରମୋନ୍ ରିପ୍ଲେସମୋଣ୍ଟ କରିବା ପାଇଁ କିମ୍ୱା କିଛି ଔଷଧ ସେବନ ପାଇଁ ପରାମର୍ଶ ଦେଇ ପାରନ୍ତି ।
- ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି (ଏଆରଟି): ଏଆରଟି ଚିକିତ୍ସାରେ ସ୍ୱାଭାବିକ ପ୍ରକ୍ରିୟାରେ, ଅସ୍ତ୍ରୋପଚାର ଦ୍ୱାରା କିମ୍ୱା ଡୋନୋରଙ୍କଠାରୁ ବୀର୍ଯ୍ୟ ସଂଗ୍ରହ କରାଯାଏ। ତାପରେ ଏହାକୁ ବିଭିନ୍ନ ପ୍ରକ୍ରିୟାରେ ମହିଳା ଯୌନାଙ୍ଗ ମଧ୍ୟ ଦେଇ ଗର୍ଭାଶୟରେ ଭର୍ତ୍ତି କରାଯାଏ।
ପୁରୁଷଙ୍କର ପ୍ରଜନନ କ୍ଷମତା କିପରି ବଢ଼ାଯାଇପାରିବ
ପୁରୁଷମାନଙ୍କର ପ୍ରଜନନ କ୍ଷମତା ବଢ଼ାଇବା ପାଇଁ ଏଠାରେ କେତେକ ଉପାୟ ଦିଆଯାଇଛି:
- ଡି-ଆସ୍ପାରିକ୍ ଏସିଡ୍ (ଡି-ଏଏ) ସପ୍ଲିମେଣ୍ଟ ଖାଆନ୍ତୁ। ପ୍ରଜନନ ପାଇଁ ଅକ୍ଷମ ପୁରୁଷମାନଙ୍କଠାରେ ସାଧାରଣତଃ ଡି-ଏଏ କମ୍ ଥାଏ। ଏହି ଡାଏଟାରୀ ସପ୍ଲିମେଣ୍ଟ ଟେଷ୍ଟୋଷ୍ଟେରୋନ୍ ର ସ୍ତର ବଢ଼ାଏ।
- ନିୟମିତ ବ୍ୟାୟାମ କରନ୍ତୁ । ଆପଣଙ୍କ ସାଧାରଣ ସ୍ୱାସ୍ଥ୍ୟ ପାଇଁ ହିତକର ହେବା ବ୍ୟତୀତ ନିୟମିତ ବ୍ୟାୟାମ ମଧ୍ୟ
ଟେଷ୍ଟୋଷ୍ଟେରୋନ୍ ର ସ୍ତର ବଢ଼ାଇବାରେ ସାହାଯ୍ୟ କରେ।
- ଯଥେଷ୍ଟ ପରିମାଣରେ ଭିଟାମିନ୍ ସି ଖାଆନ୍ତୁ। କେତେକ ପ୍ରମାଣରୁ ଜଣାପଡ଼ିଛି ଯେ ଭିଟାମିନ୍ ସି ପୁରୁଷମାନଙ୍କର ପ୍ରଜନନ କ୍ଷମତା ବଢ଼ାଇଥାଏ ।
- ମାନସିକ ଚାପ କମ୍ କରନ୍ତୁ । ମାନସିକ ଚାପଗ୍ରସ୍ତ ଥିବା ସମୟରେ ଆପଣ ଯୌନକ୍ରିୟା ଉପଭୋଗ କରିପାରନ୍ତି ନାହିଁ। ତେଣୁ ଏହା ସୁସ୍ଥ ସ୍ପର୍ମ ଉତ୍ପାଦନରେ ବାଧା ସୃଷ୍ଟି କରେ।
- ଯଥେଷ୍ଟ ପରିମାଣରେ ଭିଟାମିନ୍ ଡି ସେବନ କରନ୍ତୁ । ଭିଟାମିନ୍ ଡି ଉଭୟ ପୁରୁଷ ଏବଂ ମହିଳାମାନଙ୍କର ପ୍ରଜନନ କ୍ଷମତା ବଢ଼ାଇବାରେ ସାହାଯ୍ୟ କରେ।
- ପ୍ରଚୁର ପରିମାଣରେ ଜିଙ୍କ୍ ସେବନ କରନ୍ତୁ । ପଶୁଜାତ ଖାଦ୍ୟ ଯେପରିକି ମାଛ, ମାଂସ, ଅଣ୍ଡାରେ ଅଧିକ ଜିଙ୍କ୍ ଥାଏ । ପୁରୁଷ ପ୍ରଜନନ କ୍ଷମତା ବଢ଼ାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
- ମେଥି, ଅଶ୍ୱଗନ୍ଧା, ମାକା ରୁଟ୍ ଭଳି ଆୟୁର୍ବେଦିକ୍ ଉତ୍ପାଦ ମଧ୍ୟ ପୁରୁଷ ବନ୍ଧ୍ୟାତ୍ୱ ଦୂର କରିପାରନ୍ତି।
Related Posts
Written by:
Our Services
Fertility Treatments
Problems with fertility are both emotionally and medically challenging. At Birla Fertility & IVF, we focus on providing you with supportive, personalized care at every step of your journey towards becoming a parent.Male Infertility
Male factor infertility accounts for almost 40%-50% of all infertility cases. Decreased sperm function can be the result of genetic, lifestyle, medical or environmental factors. Fortunately, most causes of male factor infertility can be easily diagnosed and treated.We offer a comprehensive range of sperm retrieval procedures and treatments for couples with male factor infertility or sexual dysfunction.