Trust img
ବର୍ଦ୍ଧିତ ଗର୍ଭାଶୟ ବିଷୟରେ

ବର୍ଦ୍ଧିତ ଗର୍ଭାଶୟ ବିଷୟରେ

Dr. Shivakumar Pujeri
Dr. Shivakumar Pujeri

MBBS, MS, DNB, Diploma in Maternal Foetal Medicine (Keil, Germany)

10+ Years of experience

Table of Contents


ବର୍ଦ୍ଧିତ ଗର୍ଭାଶୟ

ବର୍ଦ୍ଧିତ ଗର୍ଭାଶୟ କ’ଣ

ଜଣେ ମହିଳାଙ୍କ ଗର୍ଭାଶୟ ସାଧାରଣତଃ ଏକ ହାତମୁଠାର ଆକାର ଭଳି ହୋଇଥାଏ । କିନ୍ତୁ ଗର୍ଭାବସ୍ଥାରେ ଏହା ଫୁଟବଲ୍ ବଲ୍ ପରି କିମ୍ୱା ତାଠାରୁ ବଡ଼ ହୋଇପାରେ। ଗର୍ଭଧାରଣ ବ୍ୟତୀତ, ଅନ୍ୟାନ୍ୟ ଅନେକ କାରଣ ଅଛି ଯେଉଁଥିରେ ମହିଳାମାନଙ୍କର ଗର୍ଭାଶୟ ବୃଦ୍ଧି ହୋଇପାରେ।

କୌଣସି ପ୍ରକାର ଅସୁସ୍ଥତା ଯୋଗୁଁ ମଧ୍ୟ ଗର୍ଭାଶୟର ଆକାର ବଢ଼ିପାରେ ଏବଂ କେବଳ ଏତିକି ନୁହେଁ, ଏହି କାରଣରୁ ରକ୍ତସ୍ରାବ ଏବଂ ଯନ୍ତ୍ରଣା ହୋଇଥାଏ। ସେହି ଅସୁସ୍ଥତାର ଚିକିତ୍ସା ନିହାତି ଜରୁରୀ ।

ବର୍ଦ୍ଧିତ ଗର୍ଭାଶୟର ଲକ୍ଷଣଗୁଡ଼ିକ

ଗର୍ଭାଶୟର ଆକାର ବୃଦ୍ଧି ହେଲେ ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ଦେଖାଯାଏ:

  • ମାସିକ ଋତୁସ୍ରାବ ଅସ୍ୱାଭାବିକ ହୁଏ, ଯେପରିକି ପ୍ରବଳ ରକ୍ତସ୍ରାବ ହେବା ସହିତ ପେଟରେ ଯନ୍ତ୍ରଣା ହୋଇଥାଏ
  • ତଳ ପେଟ ଭାରୀ ଲାଗେ
  •  ଅତ୍ୟଧିକ ମାସିକ ଋତୁସ୍ରାବ ହେତୁ ରକ୍ତହୀନତା 
  • ସ୍ୱାଭାବିକ ଭାବରେ ଦୁର୍ବଳ ଲାଗେ ଏବଂ ଚେହେରା ଫିକା ଦେଖାଯାଏ 
  • ଗର୍ଭାଶୟ ଅତ୍ୟଧିକ ବଢ଼ିବା କାରଣରୁ ଅଣ୍ଟା ପାଖରେ ଓଜନ ବୃଦ୍ଧି 
  • ଗର୍ଭାଶୟ ଏବଂ ଏହାର ଆଖପାଖ ଅଙ୍ଗଗୁଡ଼ିକ ଉପରେ ଚାପ ପଡ଼ିବା ଭଳି ଲାଗେ
  • ପେଲଭିକ୍ ଅଂଶରେ ଯନ୍ତ୍ରଣା
  • କୋଷ୍ଠକାଠିନ୍ୟ
  • ଗୋଡ଼ ଫୁଲିଯାଏ ଏବଂ ବିନ୍ଧେ
  • ପିଠିରେ ଯନ୍ତ୍ରଣା ହୁଏ
  • ବାରମ୍ବାର ପରିସ୍ରା ଲାଗେ ଏବଂ ତୁରନ୍ତ ପରିସ୍ରା କରିବା ଦରକାର ପଡ଼ିଥାଏ
  • ଯୌନାଙ୍ଗରୁ ପାଣିଆ ପଦାର୍ଥର କ୍ଷରଣ ହୁଏ
  • ରଜଃନିବୃତ୍ତି ପରେ ରକ୍ତସ୍ରାବ
  • ଯୌନ କ୍ରିୟା ସମୟରେ ଯନ୍ତ୍ରଣା 

କେଉଁ କାରଣରୁ ଗର୍ଭାଶୟର ଆକାର ବଢ଼ିଛି ତା ଉପରେ ନିର୍ଭର କରି ଲକ୍ଷଣଗୁଡ଼ିକ ମଧ୍ୟ ଭିନ୍ନ ହୋଇଥାଏ ।

ବର୍ଦ୍ଧିତ ଗର୍ଭାଶୟର କାରଣ 

ପ୍ରାୟତଃ ମହିଳାମାନେ ଜାଣିପାରନ୍ତି ନାହିଁ ଯେ ତାଙ୍କର ଗର୍ଭାଶୟ ବଢ଼ିଛି। ଅଧିକାଂଶ ସମୟରେ ପେଲଭିକ୍ ପରୀକ୍ଷା ସମୟରେ ସେମାନେ ଏହି ସମସ୍ୟା ବିଷୟରେ ଜାଣିଥାନ୍ତି । ସମ୍ଭବତଃ ସେମାନେ ପେଟ ଫୁଲିଯାଇଥିବାର ଲକ୍ଷ୍ୟ କରିଥାଇ ପାରନ୍ତି କିମ୍ବା ପୋଷାକ ଅତ୍ୟଧିକ ଟାଇଟ୍ ମନେହୁଏ, କିନ୍ତୁ ଅଧିକାଂଶ ମହିଳାଙ୍କ ପାଇଁ, ବର୍ଦ୍ଧିତ ଗର୍ଭାଶୟର ଚିହ୍ନଟ ହେବା ଅପ୍ରତ୍ୟାଶିତ ହୋଇଥାଏଗର୍ଭାଶୟ ବୃଦ୍ଧି ହେବାର ଅନେକ କାରଣ ଅଛି ଋଜଃ ନିବୃତ ମହିଳାମାନଙ୍କଠାରେ ବହୁଳ ଭାବରେ ଗର୍ଭାଶୟ ବଢ଼ିବା ଲକ୍ଷ୍ୟ କରାଯାଏ। କିନ୍ତୁ କିଛି ମହିଳାଙ୍କଠାରେ ଗର୍ଭଧାରଣ କ୍ଷମତା ଥିବା ବୟସରେ ମଧ୍ୟ ଏହି ଅବସ୍ଥା ଦେଖା ଦେଇଥାଏ । ନିମ୍ନରେ ଗର୍ଭାଶୟ ବଢ଼ିବାର କେତେକ କାରଣ ବିଷୟରେ ଉଲ୍ଲେଖ କରାଯାଇଛି ।

ଫାଇବ୍ରଏଡ୍ସ

ବର୍ଦ୍ଧିତ ଗର୍ଭାଶୟର ଏକ ସାଧାରଣ କାରଣ ମଧ୍ୟରୁ ଫାଇବ୍ରଏଡ୍ସ ଅନ୍ୟତମ। ତେବେ ସୌଭାଗ୍ୟବଶତଃ, ଫାଇବ୍ରଏଡ୍ ଗୁଡ଼ିକ କ୍ୟାନସର୍ ରୋଗ ସୃଷ୍ଟି କରନ୍ତି ନାହିଁ। ଫାଇବ୍ରଏଡ୍ସ ହେଉଛନ୍ତି ଛୋଟ ଛୋଟ ଗୁଣ୍ଡ ଭଳି ଜିନିଷ ଯାହାର ଓଜନ କିଛି ପାଉଣ୍ଡ ହୋଇଥାଏ। ସେଗୁଡ଼ିକ ଗର୍ଭାଶୟର କାନ୍ଥରେ ଲାଗିଥିବାର ଦେଖିବାକୁ ମିଳେ

ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗର ମହିଳା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, 20 ରୁ 80 ପ୍ରତିଶତ ମହିଳାଙ୍କଠାରେ 50 ବର୍ଷ ବୟସ ପୂର୍ବରୁ ଫାଇବ୍ରଏଡ୍ସ ହେବାର ଦେଖାଯାଏ।

ଫାଇବ୍ରଏଡ୍ସର କୌଣସି ଲକ୍ଷଣ ଦେଖାଯାଇ ନ ପାରେ କିମ୍ୱା  ଯନ୍ତ୍ରଣା ଏବଂ ଅତ୍ୟଧିକ ଋତୁସ୍ରାବ ହୋଇପାରେ।

ଫାଇବ୍ରଏଡ୍ସ ମଧ୍ୟ ବ୍ଲାଡର ଏବଂ ରେକ୍ଟମ୍ ଉପରେ ଚାପ ପକାଇଥାନ୍ତି, ଯାହା ଦ୍ୱାରା ବାରମ୍ବାର ପରିସ୍ରା ଏବଂ ରେକ୍ଟାଲ୍ ଚାପ ସୃଷ୍ଟି ହୁଏ ଯଦି ସେଗୁଡ଼ିକ ଆକାରରେ ବହୁତ ବଡ଼ ହୋଇଥାନ୍ତି, ଗର୍ଭାଶୟର ଆକାର ବୃଦ୍ଧି ହୋଇପାରେ।

ଆଡେନୋମିୟୋସିସ୍ 

ଆଡେନୋମିଓସିସ୍ ହେଉଛି ଏକ ଅଣକର୍କଟ ରୋଗ ଯେଉଁଥିରେ ଫାଇବ୍ରଏଡ୍ସ ଭଳି ଲକ୍ଷଣ ଦେଖାଯାଏ।  ଏହାଦ୍ୱାରା ଗର୍ଭାଶୟର ଆବରଣ ସିଧାସଳଖ ଗର୍ଭାଶୟର ମାଂସପେଶୀ କାନ୍ଥରେ ଲାଗିଯାଏ ମାସିକ ଋତୁସ୍ରାବ ସମୟରେ ମାଂସପେଶୀର କୋଷଗୁଡ଼ିକରୁ ରକ୍ତସ୍ରାବ ହୋଇ ଯନ୍ତ୍ରଣା ହୁଏ ଫୁଲିଯାଏ

ଆଡେନୋମିୟୋମା ହେଉଛି ଗର୍ଭାଶୟ କାନ୍ଥର ଫୁଲିଯାଇଥିବା ଅଂଶ। ପରୀକ୍ଷଣ ସମୟରେ, ଆଡେନୋମିୟୋମା ଫାଇବ୍ରଏଡ୍ ପରି ଲାଗେ, ଏବଂ ଅନେକ ସମୟରେ ଅଲଟ୍ରାସାଉଣ୍ଡରେ ଏହା ଫାଇବ୍ରଏଡ୍ ର ଭ୍ରମ ସୃଷ୍ଟି କରେ। 

ଆଡେନୋମିୟୋସିସରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। କେତେକ ଗୁରୁତର ଅବସ୍ଥାରେ, ଋତୁସ୍ରାବ ସମୟରେ ପ୍ରବଳ ରକ୍ତସ୍ରାବ ଏବଂ ଯନ୍ତ୍ରଣା ହୋଇପାରେ

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ 

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍) ମଧ୍ୟ ବର୍ଦ୍ଧିତ ଗର୍ଭାଶୟର ଏକ କାରଣ। ଋତୁସ୍ରାବରେ ହରମୋନ୍ ଜନିତ ଅସନ୍ତୁଳନ ଏବଂ ଗର୍ଭାଶୟର ଏଣ୍ଡୋମେଟ୍ରିଆଲ୍ ଲାଇନର କାତି ଛାଡ଼ିବା ଯୋଗୁଁ ଏହା ହୋଇଥାଏ।  ଆମେରିକାର ମହିଳା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, ପ୍ରସବ ବୟସର 10 ଜଣଙକ୍ ମଧ୍ୟରୁ ଜଣେ ମହିଳା ଏଥିରେ ପୀଡ଼ିତ ହୋଇଥାନ୍ତି।

ଶରୀର ସାଧାରଣତଃ ମାସିକ ଋତୁସ୍ରାବ ସମୟରେ ଏଣ୍ଡୋମେଟ୍ରିଆଲ୍ ଲାଇନ୍ କାତି ଛଡ଼ାଇଥାଏ, କିନ୍ତୁ କେତେକ ମହିଳାଙ୍କ କ୍ଷେତ୍ରରେ, ଲାଇନ୍ ସମ୍ପୂର୍ଣ୍ଣ ରୂପେ ଛାଡ଼ି ନଥାଏ ଏବଂ ଏହା ସେମାନଙ୍କର ମାସିକ ଋତୁଚକ୍ରରେ ବାଧା ସୃଷ୍ଟି କରିଥାଏ

ଏଣ୍ଡୋମେଟ୍ରିଆଲ୍ ଲାଇନ୍ ଜମା ହେବା ଦ୍ୱାରା ଗର୍ଭାଶୟର ପ୍ରଦାହ ଏବଂ ବୃଦ୍ଧି ହୁଏ

ଏଣ୍ଡୋମେଟ୍ରିଆଲ୍ କ୍ୟାନସର୍ 

ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ (ଏନସିଆଇ) ଅନୁଯାୟୀ, 55 ରୁ 64 ବର୍ଷ ବୟସର ମହିଳାମାନଙ୍କଠାରେ ଏଣ୍ଡୋମେଟ୍ରିଆଲ୍ କର୍କଟ ରୋଗ ଚିହ୍ନଟ କରାଯାଏ। ଏଣ୍ଡୋମେଟ୍ରିଆଲ୍ କ୍ୟାନସରର ଅନ୍ୟତମ ଲକ୍ଷଣ ହେଉଛି ଏକ ବର୍ଦ୍ଧିତ ଗର୍ଭାଶୟ। ଏହା ଆଡଭାନ୍ସଡ ଷ୍ଟେଜ୍ କ୍ୟାନସର୍ ରୋଗର ସୂଚକ ମଧ୍ୟ ହୋଇପାରେ।

ରଜଃ ନିବୃତି

ଜଣେ ମହିଳା ମେନୋପୋଜ୍ ବା ରଜଃ ନିବୃତିରେ ପ୍ରବେଶ କରିବା ପୂର୍ବର ସମୟକୁ ପେରିମେନୋପୋଜ୍ କୁହାଯାଏ। ଏହା ଗର୍ଭାଶୟ ବୃଦ୍ଧି ହେବାର ଅନ୍ୟ ଏକ କାରଣ ଏବଂ ହରମୋନ୍ ସ୍ତରରେ ପରିବର୍ତ୍ତନ ହେତୁ ଏହା ହୋଇଥାଏ

ମହିଳାମାନଙ୍କ ଜୀବନର ଏହି ସମୟରେ ଅସଙ୍ଗତ ହରମୋନ୍ ସ୍ତର ଗର୍ଭାଶୟକୁ ବୃଦ୍ଧି କରିପାରେ ଅଧିକାଂଶ ସମୟରେ, ଜଣେ ମହିଳା ରଜ ନିବୃତ ହେବା ବେଳକୁ ଗର୍ଭାଶୟ ସାଧାରଣ ଆକାରକୁ ଫେରିଯାଏ। 

ଓଭାରିଆନ୍ ସିଷ୍ଟ

ଓଭାରିଆନ୍ ସିଷ୍ଟ୍ ହେଉଛନ୍ତି ତରଳ ପଦାର୍ଥ ଭର୍ତ୍ତି ଥଳି ଯାହା ଏକ ଡିମ୍ବାଣୁର ଉପରେ ଭାଗରେ କିମ୍ବା ଏହାର ଭିତରେ ବଢ଼ିଥାନ୍ତି ଅଧିକାଂଶ କ୍ଷେତ୍ରରେ, ଓଭାରିଆନ୍ ସିଷ୍ଟଗୁଡ଼ିକ କ୍ଷତିକାରକ ନୁହଁନ୍ତି

କିନ୍ତୁ ଯଦି ସିଷ୍ଟଗୁଡ଼ିକ ବହୁତ ବଡ଼ ହୋଇଯାନ୍ତି, ତେବେ ଗର୍ଭାଶୟ ବଢ଼ିବାର କାରଣ ହୋଇଥାନ୍ତି ଏବଂ ଜଟିଳ ପରିସ୍ଥିତି ହୁଏ। 

ବର୍ଦ୍ଧିତ ଗର୍ଭାଶୟର ଚିକିତ୍ସା

ବର୍ଦ୍ଧିତ ଗର୍ଭାଶୟର ଅଧିକାଂଶ କାରଣ ପାଇଁ ଚିକିତ୍ସା ଦରକାର ହୁଏ ନାହିଁ, ତେବେ କିଛି ମହିଳା ଯନ୍ତ୍ରଣା କମ୍ ହେବା ଔଷଧ ଖାଇଥାନ୍ତି। ଜନ୍ମ ନିୟନ୍ତ୍ରଣ ବଟିକା ଏବଂ ପ୍ରୋଜେଷ୍ଟେରନ୍ ଥିବା ଇଣ୍ଟ୍ରାୟୁଟେରାଇନ୍ ଡିଭାଇସ୍ (ଆଇୟୁଡି) ଅତ୍ୟଧିକ ମାସିକ ରକ୍ତସ୍ରାବର ଲକ୍ଷଣକୁ ହ୍ରାସ କରିଥାଏ।

କେତେକ ଗୁରୁତର ଅସୁସ୍ଥତା କ୍ଷେତ୍ରରେ, ମହିଳାମାନଙ୍କର ହିଷ୍ଟେରେକ୍ଟୋମି କରାଯାଇଥାଏ।

ଯଦି ୟୁଟେରାଇନ୍ କ୍ୟାନସର୍ ହୋଇଥାଏ ତେବେ ଅସ୍ତ୍ରୋପଚାର ଦ୍ୱାରା ୟୁଟେରସ୍, ଫାଲୋପିଆନ୍ ଟ୍ୟୁବ୍ ଏବଂ ଓଭାରି ବାହାର କରିବା ପାଇଁ ପରାମର୍ଶ ଦିଆଯାଏ। ଅସ୍ତ୍ରୋପଚାର ପରେ କେମୋଥେରାପି ଏବଂ ରେଡିଏସନ୍ ସାହାଯ୍ୟରେ ଚିକିତ୍ସା କରାଯାଇପାରେ।  

ସୁସ୍ଥ ଗର୍ଭାଶୟ ପାଇଁ ଟିପ୍ସ

ଆପଣଙ୍କର ଗର୍ଭଧାରଣ କ୍ଷମତା ବଢ଼ାଇବା ତଥା, ଏକ ସୁସ୍ଥ ଗର୍ଭାଶୟ ବଜାୟ ରଖିବା ପାଇଁ ଏବଂ ଏହି ନିର୍ଦ୍ଦେଶାବଳୀଗୁଡ଼ିକ ଅନୁସରଣ କରନ୍ତୁ:

  • ଅଧିକ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ 
  • ସପ୍ଲିମେଣ୍ଟ ବିଷୟରେ ଆପଣଙ୍କ ଡାକ୍ତରଙ୍କ ସହ କଥା ହୁଅନ୍ତୁ 
  • କମ୍ କଫିନ୍ ସେବନ କରନ୍ତୁ
  • ଅଧିକ ଚଲାବୁଲା କରନ୍ତୁ
  • ଏକାଗ୍ରତାର ସହ ବ୍ୟାୟାମ କରନ୍ତୁ
  • ଅଧିକ ଲୁଣ ଖାଆନ୍ତୁ ନାହିଁ
  • ଅଧିକ ସୋଡିୟମ୍ ଥିବା ପ୍ରକ୍ରିୟାକୃତ ଏବଂ ପ୍ୟାକେଟ୍ ଖାଦ୍ୟ କମ୍ ଖାଆନ୍ତୁ
  • ପ୍ରତ୍ୟେକ ଭୋଜନରେ ଅଧିକ ପନିପରିବା ଖାଇ ପୋଟାସିୟମ୍ ପରିମାଣ ବଢ଼ାନ୍ତୁ
  • ଘରେ ବ୍ଲଡ୍ ପ୍ରେସର୍ ମନିଟର୍ ରଖି ପ୍ରତିଦିନ ଯାଂଚ କରନ୍ତୁ
  • ଅଣ୍ଟା ପାଖରେ ଓଜନ କମ୍ କରନ୍ତୁ
  • ଧୂମପାନ ଛାଡ଼ି ଦିଅନ୍ତୁ
  • ମଦ୍ୟପାନ କମ୍ କରନ୍ତୁ

Our Fertility Specialists

Dr. Amrutha C V

Perinthalmanna, Kerala

Dr. Amrutha C V

MBBS, DGO, DNB (Obstetrics & Gynaecology)

11+
Years of experience: 
  
  Number of cycles: 
View Profile
Dr. Indumathy Vallimuthu

Chennai, Tamil Nadu

Dr. Indumathy Vallimuthu

MBBS, DGO, FRM

3+
Years of experience: 
  100+
  Number of cycles: 
View Profile
Dr. Shilpi Sweta

Bhopal, Madhya Pradesh

Dr. Shilpi Sweta

MBBS, MS, FRM, FMAS, DMAS

7+
Years of experience: 
  2000+
  Number of cycles: 
View Profile
Dr. Shivakumar Pujeri

Vijayapura, Karnataka

Dr. Shivakumar Pujeri

MBBS, MS, DNB, Diploma in Maternal Foetal Medicine (Keil, Germany)

10+
Years of experience: 
  250+
  Number of cycles: 
View Profile

To know more

Birla Fertility & IVF aims at transforming the future of fertility globally, through outstanding clinical outcomes, research, innovation and compassionate care.

Need Help?

Talk to our fertility experts

Had an IVF Failure?

Talk to our fertility experts